ପିଲାଙ୍କ କଲମରୁ

( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ସଞ୍ଜ ନଇଁଲା

ଲେଖା : ତନୁଶ୍ରୀ ମହାନ୍ତି

ସଞ୍ଜ ନଇଁଲା
ଅନ୍ଧାର ହେଲା
ସୁରୁଯ ଗଲେ ବୁଡି ।
ଆପଣ ବସା
ଖୋଜି ଖୋଜିକା
ପକ୍ଷୀ ଆସିଲେ ଉଡି ॥
ଆକାଶ ସାରା
ଅନେକ ତାରା
ଫୁଟି ଉଠିଲେ ଧୀରେ ।
ନିଜ ଘରକୁ
ଆସିଲେ ଫେରି
ଯିଏ ଯୋଉଥି ଥିଲେ ॥
ମନ୍ଦିରରେ
ଜଳିଲା ଦୀପ
ସଞ୍ଜ ଆଳତୀ ହେଲା ।
ବାଜିଲା ଘଣ୍ଟ
ବାଜିଲା ଘଣ୍ଟି
ଭଜନ ହେଲା ବୋଲା ॥
ଏତିକି ବେଳେ
କିଏ ସେ ଗୋଟେ
ଥାଇ ଅନେକ ଦୂରେ ।
ବଇଁଶିଟିଏ
ବଜାଇ ଦେଲା
ଅତି କରୁଣ ସୁରେ ॥



ଏହି ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

17-07-2024 / 14:24:08

କନି ହାତରେ ସୁନ୍ଦର କଵିତାଟିଏ। ଭଲଲାଗିଲା। ଚେଷ୍ଟା ଜାରି ରହୁ।

Sanjukta parichha

04-07-2024 / 22:27:36

କବିତାଟି ଭଲ ଲାଗିଲା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion