ପିଲାଙ୍କ କଲମରୁ

( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଅଜା ଖାଉଥିଲେ ବରା

ଲେଖା : ରାନୀ ଦାସ

ଅଜା ଖାଉଥିଲେ ବରା,
ବରା ଭିତରେ ରହିଥିଲା ଲୁଚି
ଛୋଟିଆ ଗୋଡିଟେ ପରା ।
ରଅଟ କିଇନା ହେଲା,
ଦାନ୍ତରୁ ଫାଳଟେ ଭାଙ୍ଗିଗଲା ବୋଧେ
ଅଜା କଲେ ଭାରି ହଲ୍ଲା ।
ଥୁ ଥୁ କରି କାଢି,
ପକେଇଲେ ସବୁପାଟିରେ ଯା` ଥିଲା
ରାଗି ହେଲେ ଚିଡିମିଡି ।
ଗୁଡିଆକୁ କଲେ ପାଟି ,
ଲାଜ ନାହିଁ ତୋତେ ଖାଇବା ଜିନିଷେ
ମିଶାଉଛୁ ଗୋଡି ମାଟି ।
ଗୁଡିଆଟି ହାତ ଯୋଡି,
କହିଲା ଅଜା ହେ! ଜାଣି ପାରୁନାହିଁ
କୋଉଠୁ ଆସିଲା ଗୋଡି ।
ତମେ ବି ତ ବଳବନ୍ତ,
ଛୋଟିଆ ଗୋଡିଟେ ଖାଇପାରୁ ନାହଁ
ତମର ସିଏ କି ଦାନ୍ତ ?



ଏହି ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion