ପିଲାଙ୍କ କଲମରୁ

( ଜୁଲାଇ:୨୦୨୪ , ପ୍ରଥମ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ହନୁ ଆସିଲା

ଲେଖା : ସ୍ଵାତୀ ମହାନ୍ତି

ହନୁ ଆସିଲା
ଡାଳ ଭାଙ୍ଗିଲା
ଡେଇଁଲା କୁଦା ମାରି ।
ଯାହା ଦେଖିଲା
ଛିଣ୍ଡାଇ ଦେଲା
ଉତ୍ପାତ ହେଲା ଭାରି ॥
ପନି ପରିବା
ଯାହା ପାଇଲା
ଖାଇଲା ମନ ଭରି ।
ଯେତିକି ଖାଏ
ସେତିକି ଫିଙ୍ଗେ
ହେଲା ଖାଲି ଖିଙ୍କାରି ॥

ତାତି ଉଠିଲେ
ଗାଁ`ର ଲୋକ
ଆସିଲେ ଠେଙ୍ଗା ଧରି ।
ନଷ୍ଟ କଲାଣି
ବହୁତ କିଛି
ପିଟିକି ଦେବା ମାରି ॥
ପଧାନ ବୁଢା
ସବୁଠୁ ବୁଢା
ଗାଁ`ର ଗୁରୁଜନ ।
ଗାଁ`ର ଲୋକେ
ମାନନ୍ତି ତାଙ୍କୁ
କରନ୍ତି ସମ୍ମାନ ॥
କହିଲେ ବୁଢା
ଶୁଣରେ ପିଲେ
ମନରେ ଟିକେ ଭାବ ।
ହନୁ ମାଙ୍କଡ
କାହିଁକି ଆସି
କରୁଛି ଉପଦ୍ରବ ?
ଜଙ୍ଗଲ ସବୁ
ହେଲାଣି ପଦା
ଖାଇବା ପାଇଁ ନାହିଁ ।
ସେଇଥି ପାଇଁ
ମାଙ୍କଡ ଆସେ
ଗାଁ` ଆଡକୁ ଧାଇଁ ॥
ସିଏ ବି ଗୋଟେ
ନିରୀହ ପ୍ରାଣୀ
ସନ୍ତାନ ପ୍ରକୃତିର ।
ବଞ୍ଚିବା ପାଇଁ
ତାର ବି ଅଛି
ସମାନ ଅଧିକାର ॥
ଫେରାଇ ଦିଅ
ଜଙ୍ଗଲ ତାକୁ
ତା` ଗଛେ ସିଏ ରହୁ ।
ମନ ଖୁସିରେ
ଡେଉଁ ସେଠାରେ
ଫଳ ପତର ଖାଉ ॥



ଏହି ଲେଖା ସମ୍ପର୍କୀୟ ମତାମତ

ଧ୍ରୁବ ଚରଣ ଘିବେଲା

01-07-2024 / 12:11:53

ମଜାଳିଆ କବିତା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion