ପିଲାଙ୍କ କଲମରୁ

( ଅଗଷ୍ଟ:୨୦୨୪ , ପ୍ରଥମ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ମାଙ୍କଡ ବସିଛି ପାଚେରି ଉପରେ

ଲେଖା : ସ୍ଵାତୀ ମହାନ୍ତି

ମାଙ୍କଡ ବସିଛି ପାଚେରି ଉପରେ
କାଙ୍କଡ ଗଛକୁ ଚାହିଁ ।
ବାଙ୍କବାବୁଙ୍କର କାଙ୍କଡ ଗଛରେ
ଗୋଟିଏ କାଙ୍କଡ ନାହିଁ ॥
ଯେବେଠୁ ବଢିଲା କାଙ୍କଡର ଦର
ବାଙ୍କବାବୁ ଲୋଭୀ ହେଲେ।
କଷିଠୁ ପାକଳ ସବୁ ତୋଳି ନେଲେ
ବଜାରରେ ବିକି ଦେଲେ ॥
ତାଙ୍କର କୁକୁର ଚୁଉପ ବସିଛି
ଗୋଡାଉନି ମାଙ୍କଡକୁ ।
କାହିଁକି ଜଗିବ କାଙ୍କଡ ବାଡିକୁ
ମିଳୁ ନାହିଁ ଖାଇବାକୁ ॥
ବାଙ୍କ ବାବୁ ଏବେ ଅତି ନିକୁଛିଆ
ଟଙ୍କା ପାଇଁ ହାଇଁପାଇଁ ।
କୁକୁରକୁ ଗଣ୍ଡେ ଭାତ ଦେବା ପାଇଁ
କରୁଛନ୍ତି ନାହିଁ ନାହିଁ ॥


ଏହି ଲେଖା ସମ୍ପର୍କୀୟ ମତାମତ

ଚିନ୍ମୟୀ ମହାନ୍ତି

02-08-2024 / 16:33:13

ଭଲ ଲାଗୁଛି ଗପଟି ।ପିଲାମାନେ ପଢ଼ି ଖୁସି ହେବେ ।

Sanjukta parichha

01-08-2024 / 10:06:59

ସୁନ୍ଦର ହୋଇଛି ଲେଖାଟା । ଲେଖା ଜାରି ରଖ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion