ପିଲାଙ୍କ କଲମରୁ

( ଅଗଷ୍ଟ:୨୦୨୪ , ପ୍ରଥମ ବର୍ଷ : ଅଷ୍ଟମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଗଧ

ଲେଖା : ତନୁଶ୍ରୀ ମହାନ୍ତି

ଗଧ ଗଧ ବୋଲି ପଡିଛି ହୁରି ।
ଗଧ ଲୁଚିଅଛି ମନକୁ ମାରି ॥
ଧୋବା ପଚାରୁଛି କୁଆଡେ ଗଲା ?
କିଏ ସେ ବୋହିବ ଲୁଗା ଗଣ୍ଠିଲା?
ଖୋଜିଖୋଜି ବୁଲେ ଅଦା ବେପାରୀ ।
ଅଦା ବସ୍ତାଟାକୁ ଲଦିବ ବୋଲି ॥
ବଢେଇ କହୁଛି ମିଳନ୍ତା ଯଦି ।
କାଠ ପଟା କିଛି ଦିଅନ୍ତି ଲଦି ॥
ଚାଷୀ ପଚାରୁଛି ଗଧଟି କାହିଁ ?
ଧାନ ମୁଗ ମୋର ନିଅନ୍ତା ବୋହି ॥
ଗଧ ଲୁଚି ଅଛି ବୁଦା ଉହାଡ଼େ ।
ଟାଙ୍ଗର ଭୁଇଁରେ ମୁଣ୍ଡ କଚାଡେ ॥
ହଇରେ ଦଇବ! ଇଏ କି ହେଲା?
ଭାର ବୋହିବୋହି ଜୀବନ ଗଲା ॥



ଏହି ଲେଖା ସମ୍ପର୍କୀୟ ମତାମତ

ଅନନ୍ତ କୁମାର ସେନାପତି

08-08-2024 / 11:35:17

ଅତି ଚମତ୍କାର କବିତା ।

ଡ. ବିଜୟା ପାତ୍ର

01-08-2024 / 10:58:42

ବହୁତ ସୁନ୍ଦର। ମନ ମତାଣିଆ ଲେଖାଟିଏ। ଆହୁରି ଲେଖ।

Sanjukta parichha

01-08-2024 / 10:05:37

ବଢିଆ ଲେଖା । ପ୍ରୟାସ ଜାରି ରହୁ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion