ପିଲାଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ହସି ଦେଲେ ପିଲା ଯୋଡିଏ

ଲେଖା : ତନୁଶ୍ରୀ ମହାନ୍ତି

ଜମି ମାପ ହେଲା କଡିଏ ।
ଗଛ ଲାଗିଥିଲା କୋଡିଏ ॥
ଫସଲ ଫଳିଲା ବାଡିଏ ।
କାକୁଡି ଛଚିନ୍ଦ୍ରା ଭାଡିଏ ॥

ଶଗଡରେ ଖତ ଗାଡିଏ ।
ଗଛ ମୂଳେ ଗଲା ଝୁଡିଏ ॥
ବରଷା ଝରିଲା ଘଡିଏ ।
ବିଜୁଳି ମାରିଲା ଗୁଡିଏ ॥

ପିଲା ବସିଥିଲେ ଧାଡିଏ ।
ମିଠେଇ ମିଳିଲା ପୁଡିଏ ॥
ରସ ବୋହିଗଲା ନେଡିଏ ।
ହସି ଦେଲେ ପିଲା ଯୋଡିଏ ॥


ଏହି ଲେଖା ସମ୍ପର୍କୀୟ ମତାମତ

ମନୋରମା ମିଶ୍ର..

02-09-2024 / 17:26:19

ବହୁତ ସୁଂଦର...

ଚିନ୍ମୟୀ ମହାନ୍ତି

02-09-2024 / 12:44:11

ସୁନ୍ଦର ହୋଇଛି କବିତାଟି । ଶିଶୁ ମନଲାଖି ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion