ପିଲାଙ୍କ କଲମରୁ

( ସେପ୍ଟେମ୍ବର:୨୦୨୪ , ପ୍ରଥମ ବର୍ଷ : ନବମ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ହାତୀ ବୁଢାକୁ ହୋଇଛି ଜର

ଲେଖା : ରାନୀ ଦାସ

ହାତୀ ବୁଢାକୁ ହୋଇଛି ଜର
ଦେହ ଯାଉଛି ଥରି ।
ପିମ୍ପୁଡ଼ି ନାନୀ ମାପୁଛି ଜର
ଥର୍ମାମିଟର ଧରି ॥
ହୋମିଓପାଥି ଓଷଦ ଧରି
ପହଞ୍ଚି ଗଲା ବଣି।
ଡବା ଖୋଲିକି କାଢିଲା ସିଏ
ପାଞ୍ଚଟି ଗୋଲି ଗଣି ॥
ଡାକି କହିଲା ହାତୀ ମଉସା
ପାଟିଟା ଦିଅ ଖୋଲି ।
ତିନି ଘଣ୍ଟାରେ ଗୋଟିଏ ପାନ
ପାନକେ ପାଞ୍ଚ ଗୋଲି ॥
ଉଠିଲା ହାତୀ ହଲାଇ କାନ
ଛାଡିଲା ଗୋଟେ ରଡି ।
ଥର୍ମାମିଟର ଛିନିଛତର
ପିମ୍ପୁଡ଼ି ଗଲା ଉଡି ॥
ଗୋଲି ପାଞ୍ଚଟା କୁଆଡେ ଗଲା
ଖୋଜୁଛି ବଣି ବସି ।
ଓଷଦ ଡବା ହାତ ମୁଠାରୁ
ଚାଲି ଗଲାଣି ଖସି ॥
ହାତୀ କହୁଛି ବଇଦ ବାବୁ
ଜଲଦି ଦିଅ ଗୋଲି ।
ଜର ଛାଡିଲେ ସାଙ୍ଗସାଥିରେ
ଖେଳିବି ଯାଇ ଭଲି ॥



ଏହି ଲେଖା ସମ୍ପର୍କୀୟ ମତାମତ

ମନୋରମା ମିଶ୍ର

02-09-2024 / 17:23:55

ବଢିଆ...

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion