ପିଲାଙ୍କ କଲମରୁ

( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

centered image
 
ଗପ

ବିଚରା ଗଧ

ଲେଖା : ପ୍ରୟାସ ପଟ୍ଟନାୟକ

ଗଧ ତା ମାଲିକର କଥା ସବୁ ଦିନେ ମାନେ । ମାଲିକ ତାକୁ ବହୁତ ଖଟାଏ । ଖତିଖଟି ଗଧ ରୋଗୀଣା ହୋଇଗଲା । ବହୁତ କଷ୍ଟରେ ଥାଏ । ଦିନେ କୁକୁର ସହିତ ଦେଖା ହେଲା । କୁକୁରକୁ ସେ ନିଜର ଦୁଖକଷ୍ଟ କଥା କହିଲା । କୁକୁର ତାକୁ ପରାମର୍ଶ ଦେଲା, ମାଲିକର କଥା ମାନେ ନା । ବେଳେ ବେଳେ କାମରେ ଖଇଚା କର । କାମକୁ ଯାଆନା । ମାଲିକ ବଳେ ବୁଝିଯିବ । ତୋତେ ଆଉ ବେଶି କାମ ଦେବ ନାହିଁ ।
ଗଧ ମନକୁ କଥାଟା ପାଇଲା । ସେ ସେଇଆ କରିବ ବୋଲି ମନେ ମନେ ସ୍ଥିର କଲା । ତା ପରଦିନ ମାଲିକ ତା ଉପରେ ଗୋଟାଏ ବସ୍ତା ଲଦି କାମକୁ ବାହାରିଲା । ବାଟରେ ଗଧ ଜାଣିଶୁଣି ବସ୍ତା ଖସାଇ ଦେଲା । ଗଧ ଭାବିଥିଲା ମାଲିକ ତାକୁ ଆଉ ବସ୍ତା ବୋହିବାକୁ ଦେବ ନାହିଁ । ମାତ୍ର ମାଲିକ ପୁଣି ଥରେ ବସ୍ତା ଗଧ ପିଠିରେ ଲଦିଲା । ଗଧ ପୁଣିଥରେ ବସ୍ତାକୁ ତଳେ ପକାଇ ଦେଲା।
ଗଧ ଭାବିଲା , ଏଇଠି ମାଲିକ ତା ଦୁଖ ବୁଝିବ ।
ମାତ୍ର ତାହା ହେଲା ନାହିଁ । ମାଲିକ ଆହୁରି ରାଗିଗଲା । ଗୋଟାଏ ଠେଙ୍ଗା ଆଣି ଗଧକୁ ନିସ୍ତୁକ ପିଟିଲା । ମାଡ଼ ଖାଇ ଗଧ ଆହୁରି ଆହତ ହେଲା । ଏବେ ମାଡ଼ ଦେଇସାରି ମାଲିକ ପୁଣିଥରେ ବସ୍ତା ତା ଉପରେ ଲଦିଲା ।
ଗଧ ଭାବିଲା, କୁକୁରର କଥା ଭୁଲ ଥିଲା । ମାଲିକର ବସ୍ତା ବୋହିବା ପାଇଁ ତାର ଜନ୍ମ , ସେ ସେଇ କାମ ହିଁ କରିବ।
ସେ ଏଥର ଚୁପ୍ ଚାପ ବସ୍ତା ବୋହି ଆଗକୁ ଚାଲିଲା ।
ମାଲିକ ଭାବିଥିଲା, ଯଦି ଗଧ ଏଥର ବସ୍ତା ଖସାଇ ଦିଏ, ସେ ତାକୁ କାମରୁ ବାହାର କରିଦେବ । ଗଧଟା ପାଗଳ ହୋଇଗଲାଣି । ତାକୁ ବିକି ଦେଇ ନୂଆ ଗଧ ଆଣିବ । ମାତ୍ର ଏବେ ଗଧ ଠିକ ଭାବରେ ବାଟ ଚାଲୁଥିଲା । ମାଲିକ ଖୁସି ଦିଶିଲା ।

ଏହି ଲେଖା ସମ୍ପର୍କୀୟ ମତାମତ

ସଂଯୁକ୍ତା ପରିଚ୍ଛା

30-01-2024 / 14:34:13

ସୁନ୍ଦର ଶିକ୍ଷଣୀୟ ଲେଖା ।ପର ବୁଦ୍ଧିଆ ହେଲେ କଷ୍ଟ ବା ବିପଦ ହିଁ ଆସିଥାଏ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion