ପିଲାଙ୍କ କଲମରୁ

( ଜାନୁଆରୀ:2026 , ତୃତୀୟ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶିତ )

centered image
 
କବିତା

ଭୋଜିର ମଜା

ଲେଖା : ବଟକୃଷ୍ଣ ଦାସ

ପୁରୁଣା ବରଷ ଯାଉଛି ସରି
ଭୋଜି କରିଯିବା ପଡିଲା ହୁରି ।
ପାଞ୍ଚ ଜଣ ସାଙ୍ଗ ଏକାଠି ହେଲେ
ଡେକିଚି କଡେଇ ଯୋଗାଡ କଲେ ।
ଭୋଜିର ହିସାବ ତାଲିକା କରି
ପହଞ୍ଚିଲେ ମାଛ ଦି`କିଲ ଧରି ।
ଚୁଲି ଲଗାଇଲେ ଛାଣିବେ ମାଛ
ବାକି କଥା ସବୁ ରହିଲା ପଛ ।
ରନ୍ଧାରନ୍ଧି କାମ ସରିବା ପରେ
ଖଲି ଚଉପଦି ଧୋଇଲେ ଖରେ ।
ଗୋଲାକାର ହୋଇ ସଭିଏଁ ବସି
ଖାଉଥିଲେ ଭୋଜି ହାତେ ପରସି ।
ତରତରେ ମାଛ ଖାଉଣୁ ବଣ୍ଟି
କଣ୍ଟା ଲାଖିଗଲା ତାହାର ତଣ୍ଟି ।
କଥା କିଛି କହି ପାରିଲା ନାହିଁ
ବିକଳେ ରହିଲା ସଭିଙ୍କୁ ଚାହିଁ ।
ଡାକତର ଖାନା ସେଇଠୁ ଗଲା
ଦି`ଘଣ୍ଟାରେ କଣ୍ଟା ବାହାର ହେଲା ।
ଫେରିଆସି ବଣ୍ଟି କହିଲା ଭାଇ
ତରତରେ କେହି ଖାଇବା ନାହିଁ ।
ଖାଦ୍ୟକୁ ଚୋବାଇ ଖାଇବା ଭଲ
ନୋହିଲେ ହୋଇବ`ଟି କଲବଲ ।

ଦଶମ ଶ୍ରେଣୀ
ବଲାସିଂହା ଉଚ୍ଚ ବିଦ୍ୟାଳୟ

ଅନୁଗୋଳ

ଏହି ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion