ପିଲାଙ୍କ କଲମରୁ

( ମାର୍ଚ :୨୦୨୪ , ପ୍ରଥମ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

କାଳୁ କୁକୁର

ଲେଖା : ପ୍ରୟାସ ପଟ୍ଟନାୟକ

ରାତି ବା`ର ଗଲାଣିତ ଡେଇଁ,
ଲୋକ ସବୁ ପଡିଲେଣି ଶୋଇ,
ଏକା କାଳୁ କୁକୁରଟା ବସିଅଛି ଚାହିଁ ।
ରାସ୍ତାଘାଟ ନୀରବ ନିଶୁନ,
ଚାରିଆଡ ଅନ୍ଧାରରେ ଲୀନ,
ଶୁଭେ ଖାଲି ଅଧ ରାତି ସାଇଁ ସାଇଁ ସ୍ଵନ ।
ଖୁଡ଼ଖାଡ଼ ହେଉଛି କୋଉଠି,
କାଳୁ ଚାହେଁ ଚମକି କି ଉଠି ,
ଭୋ ଭୋ ଭୁକିଯାଏ ସେ ଆଡେ ଝପଟି ।

ଏହି ଲେଖା ସମ୍ପର୍କୀୟ ମତାମତ

Sulekha Samantaray

02-03-2024 / 22:18:59

କାଳୁ କୁକୁର ଉପରେ ସୁନ୍ଦର କବିତା। କବିତାର ସ୍ବର ଆଧୁନିକ କବିତା ପରି ମନେହେଲା। ଲେଖାଲେଖି ଚାଲୁ ରଖ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion