ପିଲାଙ୍କ କଲମରୁ

( ମାର୍ଚ :୨୦୨୪ , ପ୍ରଥମ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ରାତିର ଫୁଲ

ଲେଖା : ରାନୀ ଦାସ

ରାତିରେ ଫୁଟେ ହେନା ଫୁଲ,
ରାତିରେ ଫୁଟେ ମଲ୍ଲୀ ।
ରାତିରେ ଫୁଟି ଗଙ୍ଗଶିଉଳି
ସକାଳେ ଯାଏ ଝରି ॥
ରଜନୀଗନ୍ଧା ସୁଗନ୍ଧରାଜ,
ଚମ୍ପା ଯୂଇଯାଈ ।
ରାତିରେ ଫୁଟି ବିତରି ବାସ,
ନିଅନ୍ତି ମନ ମୋହି ॥
ରାତିର ଫୁଲ ରଙ୍ଗ ଧଳା ,
ବାସନା ଭାରି ପ୍ରିୟ ।
ରାତିର ଫୁଲ ରାତିକୁ କରେ,
ଆହୁରି ଲୋଭନୀୟ ॥

ଏହି ଲେଖା ସମ୍ପର୍କୀୟ ମତାମତ

Sulekha Samantaray

02-03-2024 / 22:16:02

ଅଭିନବ ବିଷୟବସ୍ତୁକୁ ନେଇ କବିତାଟି ମନଲାଖି ହୋଇଛି। ପ୍ରକୃତିର ବିଭିନ୍ନ ବିଭବକୁ ନେଇ ଏମିତି ସୁନ୍ଦର କବିତା ଲେଖିଚାଲ।

Minati Pattanayak

01-03-2024 / 20:56:04

ବହୁତ ସୁନ୍ଦର ହେଇଛି ଇଶ୍ବର ମଙ୍ଗଳ କରନ୍ତୁ

Sanjukta parichha

01-03-2024 / 16:59:02

ରାତିର ଫୁଲ କବିତା ଟି ଭଲ ଲାଗିଲା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion