ପିଲାଙ୍କ କଲମରୁ

( ମାର୍ଚ :୨୦୨୪ , ପ୍ରଥମ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

କଳାର ରାଜ୍ୟ ମୋର

ଲେଖା : ଅସ୍ମି ଆୟେଶା ମହାରଣା

ଏ ରାଜ୍ୟ ମୋର କଳାର ରାଜ୍ୟ,
ଏମିତି ରାଜ୍ୟ ନାହିଁ ।
ଉତ୍କଳ ନାମେ ଜଗତେ ଖ୍ୟାତ,
ଏଇ ମୋ ଜନ୍ମ ଭୂଇଁ ॥
ଚାରୁକଳାରେ ମନ୍ଦିର ଶୋଭା,
କୋଣାର୍କ ରାଜରାଣୀ ।
ଚିଲିକା ପରି ଶୋଭା ପସରା,
ଉତ୍କଳ ରାଇଜ ରାଣୀ ॥
ସାଗର କୂଳେ ଜଗା ଠାକୁର,
ସାରା ଜଗତେ ଡାକ ॥
ଡାକିଲେ ତାଙ୍କୁ ଶୁଣିବେ ସିଏ ,
ସଭିଙ୍କର ସେ ସଖା ॥
ସାଗର ବେଳା ନଦୀ ନିର୍ଝର,
ବନ ପାହାଡ ଭୂଇଁ ।
ମେଲି ଦେଇଛି ଶୋଭା ପସରା,
ସବୁ ଆମରି ପାଇଁ ॥
ଶିମିଳିପାଳ ଅଭୟାରଣ୍ୟ,
ଭିତରକନିକା ଯିବା ।
ଗୋପାଳପୁର ବେଳାଭୂମିରେ,
କରିବା ଆମେ ମଜା ॥
ଯାଜପୁର ଏ ଜଗତେ ଖ୍ଯାତ,
ବିଜେ ଏଠି ବିରଜାଇ ।
ସମ୍ବଲପୁରରେ ବିଜେ କରନ୍ତି ,
ମା ମୋର ସମଲାଇ॥
ଅତିଥି ଏଠି ଦେବତା ପରି ଆମ କୁଣିଆ ପରା ।
ଆଦରେ ତାଙ୍କୁ ବୁଲାଇ ଦେବା ଆମ ରାଇଜ ସାରା ॥
∎ ଶ୍ରେଣୀ- 4, ଦତ୍ତତୋଟା ୟୁପି ସ୍କୁଲ, ପୁରୀ

ଏହି ଲେଖା ସମ୍ପର୍କୀୟ ମତାମତ

Sulekha Samantaray

02-03-2024 / 22:12:37

ଆମ ରାଜ୍ୟର ବିଭିନ୍ନ ବିଭବକୁ ନେଇ ସୁନ୍ଦର କବିତାଟିଏ। ଅଭିନନ୍ଦନ କବିଙ୍କୁ। ଅଭ୍ୟାସ ଜାରି ରଖିଲେ ଆହୁରି ଭଲ ଲେଖି ପାରିବ।

Sanjukta parichha

01-03-2024 / 16:57:22

ସୁନ୍ଦର ଚିନ୍ତାଧାରା ସହିତ ସୁନ୍ଦର ଲେଖା । ଲେଖା ଜାରି ରହୁ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion