ପିଲାଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ରାତିର ପକ୍ଷୀ

ଲେଖା : ରାନୀ ଦାସ

ରାତିର ପକ୍ଷୀ ରାତି ଅଧରେ
ବୋବାନ୍ତି ବେଳେବେଳେ
ନିଶୁନ ରାତି ଚମକି ଉଠେ
ଭୟରେ ଛାତି ଥରେ
ଡାଳକୁ ଡାଳ ଉଡି ବୁଲନ୍ତି
ରାତି ବିକାଳି ପକ୍ଷୀ
ଅନ୍ଧାର ଭେଦି ଆଖି ତାଙ୍କର
ସବୁ ପାରଇ ଦେଖି
ସାରା ଦିନ ଲୁଚି ରହନ୍ତି
ଗଛ ର କୋରଡରେ
ରାତି ବଢିଲେ ବାହାରିଯାନ୍ତି
ଖାଦ୍ଯ ସନ୍ଧାନରେ
ରାତିର ପକ୍ଷୀ ଦିନକୁ ଡରେ
ଅନ୍ଧାର ତା ପ୍ରିୟ
ମଣିଷ ଦେଖି ପଡେ ସେ ଲୁଚି
କରେ ବହୁତ ଭୟ

ଏହି ଲେଖା ସମ୍ପର୍କୀୟ ମତାମତ

Sanjukta parichha

02-04-2024 / 21:14:09

ଲେଖା ଟି ଭଲ ଲାଗିଲା ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion