ପିଲାଙ୍କ କଲମରୁ

( ଏପ୍ରିଲ:୨୦୨୪ , ପ୍ରଥମ ବର୍ଷ : ଚତୁର୍ଥ ସଂଖ୍ୟା ରେ ପ୍ରକାଶିତ )

centered image
 
କବିତା

ଅଜାଙ୍କ ନିଶ

ଲେଖା : ସ୍ଵାତୀ ମହାନ୍ତି

ଅଜାଙ୍କର ଥିଲା ନିଶ,
ସେ ନିଶ ଦେଖିଲେ ନାତି ନାତୁଣୀ ଏ
ରୋକି ପାରନ୍ତିନି ହସ ।
ରାଜାଙ୍କର ନିଶ ପରି,
ଗୋଟାଏ ପଟ ତ ଉପରକୁ ଉଠି
ଦିଶେ ଯେହ୍ନେ ତରବାରୀ ।
ଆରପଟ ଟା ଦୁର୍ବଳ,
ତଳକୁ ଝୁଲି କି ପଡିଛି ଯେମିତି
ବରଗଛର ଓହଳ ।
ଲୋକେ ପଚାରନ୍ତି, ଅଜା !
ଏମିତିକା ନିଶ ରଖିଛ କାହିଁକି
ଦେଖିବାକୁ ଲାଗେ ମଜା ।
ଅଜା କଲେ ଟିକେ ରୋଷ,
କହିଲେ ନାତିଏ, ବୁଝି ପାରୁ ନାହଁ
ଏ ନିଶର ଇତିହାସ ।
ମୋ ପୂର୍ବ ପୁରୁଷ ବୀର,
ଥିଲେ ବୋଲି ମୋର ନିଶ ଟେକି ଅଛି
ଗୋଟେ ପଟେ ତାର ଶିର ।
ଏବେକୁ ନାହିଁ ସେ ବଳ,
ସେଇଥି ପାଇଁ କି ଆରପଟ ନିଶ
ହୋଇଗଲା ଭଙ୍ଗା ଡାଳ ।

ଏହି ଲେଖା ସମ୍ପର୍କୀୟ ମତାମତ

Manjulata Behera

03-04-2024 / 16:20:54

ଭଲ ଲେଖା ହୋଇଛି

Sanjukta parichha

02-04-2024 / 21:11:31

ଟିକେ ମଜାଦାର ହେଲେ ବି ଲେଖାରେ ବଢିଆ ବାର୍ତ୍ତା ଅଛି ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion