Skip to content

ଓଡିଶା ଶିଶୁ କିଶୋର ସାହିତ୍ଯ ଏକାଡେମି ଖବର

Image

୨୬-୦୪-୨୦୨୬

ଶିଶୁ କିଶୋର ସାହିତ୍ୟ ଏକାଡେମୀର ପୁସ୍ତକ ଉନ୍ମୋଚନ

ବହିର ବିକଳ୍ପ ନାହିଁ। ବହିଟିଏ ଗୋଟିଏ ପୃଥିବୀ। ବହି ମଧ୍ଯରେ ସମାଜର ପ୍ରତିଛବି ଦେଖିହୁଏ। ଏପରି ମତ ପ୍ରକାଶ କଋଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ଯକ୍ଷ ଶ୍ରୀ ମୃଣାଳ କାନ୍ତି ଦାସ । ଲେଖିକା ରାଜଶ୍ରୀ ପଟ୍ଟନାୟକଙ୍କ ଶିଶୁ ଗଳ୍ପ ପୁସ୍ତକ `ପିଲାଙ୍କ କାହାଣୀ ପେଡ଼ି` ଉନ୍ମୋଚନ କରିବା ଅବସରରେ ଶ୍ରୀ ଦାସ ଏହି ମତ ରଖିଥିଲେ। ଭୁବନେଶ୍ବର ୯ ନମ୍ବର ବାଳକ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଶିଶୁ କିଶୋର ସାହିତ୍ଯ ଏକାଡେମୀ, ଓଡ଼ିଶା, ପକ୍ଷରୁ ତା – ୨୬ ଏପ୍ରିଲ ୨୦୨୬ ଦିନ ଏକ ପୁସ୍ତକ ଉନ୍ମୋଚନ ଓ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦର ସଚିବ ଶୁଭ୍ରାବାଳା ବେହେରା,ବିଶିଷ୍ଟ ଶିଶୁ ସାହିତ୍ୟିକ ମହେନ୍ଦ୍ର ମଲ୍ଲିକ, ବିଶିଷ୍ଟ ଶିଶୁ ସାହିତ୍ୟିକ ସନାତନ ପଣ୍ଡା, ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଓ ପ୍ରମୁଖ ଅତିଥି ଭାବେ ଯୋଗଦେଇଥି‌ଲେ। ବିଶିଷ୍ଟ ଶିଶୁସାହିତ୍ୟିକ ଦାଶ ବେନହୁର ଏହି ଉତ୍ସବରେ ଅଧ୍ଯକ୍ଷତା କରିଥିଲେ । ଏକାଡେମୀ ସମ୍ପାଦକ ବୀରେନ୍ଦ୍ର ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ। ଲେଖିକା ରାଜଶ୍ରୀ ପଟ୍ଟନାୟକ “ପିଲାଙ୍କ କାହାଣୀ ପେଡ଼ି” ସମ୍ପର୍କରେ ନିଜ କଥା କହିବା ପରେ `ଶିକ୍ଷା ସାହିତ୍ୟ ବନାମ ଶିଶୁ ସାହିତ୍ୟ` ଶୀର୍ଷକ ଆଲୋଚନାରେ ଚକ୍ର ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିଶୁ ସାହିତ୍ୟିକ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ, ଡକ୍ଟର ରାମଚନ୍ଦ୍ର ଦେଓ, ଡକ୍ଟର ବିଜୟା ପାତ୍ର, ରବୀନ୍ଦ୍ର ନାଥ ମାଝୀ ବକିମ ଚନ୍ଦ୍ର ନାୟକ, ଶରତ କୁମାର ନାୟକ, ବିରଞ୍ଚି ନାରାୟଣ ଦାଶ ପ୍ରମୁଖ ନିଜ ନିଜ ମତ ରଖିଥିଲେ । ସହ ସମ୍ପାଦକ ପ୍ରକାଶ ମଙ୍ଗରାଜ ଧନ୍ୟବାଦ ଦେଇଥିଲେ । ପ୍ରକାଶ ଥାଉ କି ଓଡିଶା ଶିଶୁକିଶୋର ସାହିତ୍ଯ ଏକାଡେମି ପକ୍ଷରୁ ଏହି ପୁସ୍ତକଟିକୁ ପ୍ରକାଶ କରାଯାଇଛି।

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

Image

୨୮.୧୨.୨୦୨୫

କଣ୍ଟାବାଞ୍ଜିରେ ଜାତୀୟ ଶିଶୁ ସାହିତ୍ଯ ସମ୍ମିଳନୀ ଅନୁଷ୍ଠିତ

କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିଝରିଣୀ ଓ ଶିଶୁ କିଶୋର ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ନିରରିଣୀର ଚତୁର୍ଦ୍ଦଶ ବାର୍ଷିକ ସାରସ୍ବତ ଏବଂ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ପାଳିତ ହୋଇଯାଇଛି। ସଭାପତି ରାମ ଚନ୍ଦ୍ର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପ୍ରଥମ ଅଧ୍‌ବେଶନରେ ବଙ୍ଗୋମୁଣ୍ଡା ମହିମା ଆଶ୍ରୁମର ମଠାଧୀଶ ଅବଧୂତ ବାବା କପିଳେନ୍ଦ୍ର ଦାସ ଏହାକୁ ଉଦଘାଟନ କରିଥିଲେ। ସେହିପରି ମୁଖ୍ୟ ଅତିଥି ଭାବରେ ଲେଖକ ଦୀନେଶ ମାଳୀ, ମୁଖ୍ୟବକ୍ତା ଭାବରେ ନଗେନ୍ଦ୍ର ପଟ୍ଟନାୟକ, ଅନ୍ୟତମ ଅତିଥି ଭାବରେ ଅଧ୍ୟାପକ ବିନୟ ଦାଶ, ଡ.ସଞ୍ଜୟ ମିଶ୍ର, ପୂର୍ବତନ ବିଧାୟକ ଆୟୁବ ଖାନ ଯୋଗଦେଇଥିଲେ। ସମ୍ପାଦକ ବିରଞ୍ଜ ନାରାୟଣ ଦାଶ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସଞ୍ଜୁକ୍ତା ପରିଛା ସଭା ପରିଚାଳନା କରିଥ୍‌ଲେ।ଏହି ଅବସରରେ ଲେଖକ ଦିନେଶ ମାଳୀଙ୍କ ଦ୍ଵାରା ହିନ୍ଦୀ ଅନୁବାଦିତ ସନ୍ଥକବି ଭୀମ ଭୋଇଙ୍କ ସ୍ତୁତି ଚିନ୍ତାମଣି ଉନ୍ମୋଟିତ ହୋଇଥଲା ଓ ବର୍ଷିଆନ ଶିଶୁ ଲେଖକ ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ଅଶୀତମ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀମାନଙ୍କୁ ସ୍ବର୍ଗତ ନବୀନ ଚହ୍ର ମହାନ୍ତି ସ୍ବୃତି ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭୁଦତ୍ତ ସାହୁ ଧନ୍ୟବାଦ ଦେଇଥିଲେ।
ଦ୍ବିତୀୟ ଅଧିବେଶନରେ ଆଜିର ଶିଶ୍ଗୁ ସମାଜ ଆମ ଶିଶୁ ସାହି ତ୍ୟ ଆଲୋଚନା ଚକ୍ରରେ ସଭାପତି ରାମଚନ୍ଦ୍ର ସାହୁ, ଦାଶ ବେନହୁର ମୁଖ୍ୟଅତିଥି, ଡ.ବନ୍ଦନା ହରିଚନ୍ଦନ ସମ୍ମାନିତ ଅତିଥି, ବୀରେହ୍ର ମହାନ୍ତି, ଡ.ଯୁଗଳ କିଶୋର ଷଡ଼ଙ୍ଗୀ, ଡ.ରମେଶ ପତ୍ରୀ, ଡ ମହେନ୍ଦ୍ର ମଲ୍ଲିକ, ଧନଞ୍ଜୟ ସାଇଁ, ଉଦୟ କିରୋଲା ଆଲୋଚକ ଭାବେ ଯୋଗଦେଇଥିଲେ। ସବିତା ଭୋଇ ସଭା ପରିଚାଳନା କରିଥିଲେ। ନିର୍ଝରିଣୀ ଅନୁଷ୍ଠନର ତ୍ରୈମାସିକ ଶିଶୁ ପତ୍ରିକା ମମତାର ଡୋରି ଓ ବୃନ୍ଦାବନ କୁମ୍ଭାରଙ୍କ ଫୁଲ ବଗିଚା ପତ୍ରିକା ଉନ୍ମୋଚିତ ହୋଇଥିଲା।
ତୃତୀୟ ଅଧିବେଶନରେ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଲକ୍ଷ୍ମଣ ବାଗ, ଅନ୍ୟତମ ଅତିଥି ଭାଚରେ ଇଶ୍ଵର ଚନ୍ଦ୍ର ଖମାରୀ, କୁଞ୍ଜ ବିହାରୀ ବେହେରା, ବିଶ୍ଵନାଥ ମେଶ୍ରମ, କିଶାନ ଦୀବାନ, ସୂର୍ଯ୍ୟକାନ୍ତ ରଣା ଯୋଗ ଦେଇଥିଲେ। କୋଶଲୀ କବି ଗଜେନ୍ଦ୍ର ବାଗଙ୍କ କୋଷଲୀ ପୁସ୍ତକ ଚଟନି, ନରେନ୍ଦ୍ର ସୁନାଙ୍କ ଭକତର ଶକତ ଭଜନ ପୁସ୍ତକ ଉନ୍ମୋଚିତ ହୋଇଥିଲା। କବି ଜ୍ୟୋତି ପ୍ରକାଶ ଗଡତ୍ୟା ସଭା ପରିଚାଳନା କରିଥିଲେ ଓ ଡ.ନାରାୟଣ ମିଶ୍ର ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଛବିଶି ଜଣ କବି, ଲେଖକ, ସାମାଜିକ କର୍ମୀକୁ ସମ୍ବର୍ଦ୍ଧିତ କରାଯାଇଥିଲା। ସହ ସମ୍ପାଦିକା ଅଞ୍ଜଳି ମାଝି, ମମତା ପଣ୍ଡା, ନିର୍ଝରିଣୀ ଦାଶ, ମଞ୍ଜୁଲତା ଧରୁଆ, ଉମେଶ ବେହେରା, ରବି ନାରାୟଣ ତ୍ରିପାଠୀ, ଥମିର ଛଡି ଆ, ପ୍ରେମରାଜ ପାଣିଗ୍ରାହୀ, ବିରଞ୍ଚି ଖସେଇ, ଧନସିଂ ମାଝି, ଗଣପତି ବେହେରା, ନିରୁପମା ମିଶ୍ର ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।

୨୪.୦୮.୨୦୨୫

ତୃତୀୟ ବାର୍ଷିକ ଉତ୍ସବ

ଶିଶୁକିଶୋର ସାହିତ୍ୟ ଏକାଡେମି ଓଡିଶାର ତୃତୀୟ ବାର୍ଷିକ ଉତ୍ସବ ମହା ସମାରୋହରେ ଚବିଶ ଅଗଷ୍ଟ ଦୁଇ ହଜାର ପଚିଶି ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡିଶା ସାହିତ୍ୟ ଏକାଡେମି ଆନୁକୂଲ୍ୟରେ ଆୟୋଜିତ ଏ ଉତ୍ସବ ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଥିଲା। ଏ ଉତ୍ସବରେ ଉଦ୍ ଘାଟକ ଭାବରେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ମହେଶ୍ଵର ମହାନ୍ତି ଯୋଗ ଦେଇଥିଲେ। ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଶିଶୁକିଶୋର ସାହିତ୍ୟ ଏକାଡେମିର ସଭାପତି ଶ୍ରୀ ଦାଶ ବେନହୁର। ସମ୍ମାନନୀୟ ଅତିଥି ହୋଇଥିଲେ ସମ୍ପାଦକ ବୀରେନ୍ଦ୍ର ମହାନ୍ତି। ଏହି ଅଧିବେଶନରେ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓଡିଶା ସାହିତ୍ୟ ଏକାଡେମିର ସଚିବ ଡକ୍ଟର ଚନ୍ଦ୍ର ଶେଖର ହୋତା ଓ ଧନ୍ୟବାଦ ଅର୍ପଣ କରିଥିଲେ ସହ ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳ ସିଂହ। ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମିର ବାଲ ସାହିତ୍ୟ ପୁରସ୍କାର ଓ ଏ ବର୍ଷର ଓଡିଶା ବିଜ୍ଞାନ ଏକାଡେମି ପୁରସ୍କାର ବିଜେତା ଲେଖକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁ କିଶୋର ସାହିତ୍ୟ ଏକାଡେମିର ଇ-ପତ୍ରିକାରେ ଲେଖୁଥିବା ଓ ଚିତ୍ର ଆଙ୍କୁଥିବା ଶିଶୁ ପ୍ରତିଭାମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।
ଦ୍ଵିତୀୟ ଅଧିବେଶନରେ “ଓଡିଆ ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଶିଶୁ ସାହିତ୍ୟର ଭୂମିକା” ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ ଡକ୍ଟର ଅରବିନ୍ଦ ପଟ୍ଟନାୟକ, ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ, ଡକ୍ଟର ମନୀନ୍ଦ୍ର ମହାନ୍ତି ଓ ଶ୍ରୀ ବୀରେନ୍ଦ୍ର କୁମାର ସାମନ୍ତରାୟ। ଆଲୋଚକ ଭାବରେ ଯୋଗ ଦେଲେ ଡକ୍ଟର ଆଶୁତୋଷ ଦେବତା, ଇଂ.ମାୟାଧର ସ୍ଵାଇଁ, ଶ୍ରୀ ଧନଞ୍ଜୟ ସ୍ଵାଇଁ, ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ଡ.ନମିତା ମହାନ୍ତି, ଡ.କମଳାକାନ୍ତ ଜେନା ଓ ଶ୍ରୀ ପରେଶ କୁମାର ପଟ୍ଟନାୟକ। ସଭାପତିତ୍ଵ କରିଥିଲେ ଶିଶୁକିଶୋର ସାହିତ୍ୟ ଏକାଡେମିର ଉପ ସଭାପତି ଶ୍ରୀ ମହେନ୍ଦ୍ର କୁମାର ମଲ୍ଲିକ।
ଅପରାହ୍ନ ଅଧିବେଶନରେ ଶିଶୁ କବିତା ପାଠ କରା ଯାଇଥିଲା। ଏହି ଅଧିବେଶନରେ ଅତିଥି ଭାବରେ ଯୋଗ ଦେଇଥିଲେ ଡ.ଲିଙ୍ଗରାଜ ରଥ, ଡ. ବିଜୟା ପାତ୍ର, ଶ୍ରୀ ଶରତ କୁମାର ନାୟକ ଓ ଶ୍ରୀମତି ହରିପ୍ରିୟା ପଟ୍ଟନାୟକ। କବିତା ସଂଯୋଜନା କରିଥିଲେ ଡ. ପ୍ରବୀଣା ପରିଡା, ଶ୍ରୀ ହରିହର ଶୁକ୍ଳ, ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ଓ ଶ୍ରୀମତୀ କଳ୍ପନା ମିଶ୍ର। ଅଧିବେଶନରେ ସଭାମୁଖ୍ୟ ଭାବରେ ଯୋଗ ଦେଇଥିଲେ ଡ.ଶରତ କୁମାର ବିଶ୍ଵାଳ।
ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଶିଶୁ ସାହିତ୍ୟିକ ଯୋଗ ଦେଇଥିଲେ ଓ କବିତା ପାଠ କରିଥିଲେ।

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

Image

ତା ୨୬.୦୮.୨୦୨୪

ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ

ପିଲାଙ୍କ ସାହିତ୍ୟ ଉଭୟ ଆନନ୍ଦ ଓ ଦାୟିତ୍ବର ସାହିତ୍ୟ
ଶିଶୁ କିଶୋର ସାହିତ୍ୟ ଏକାଡେମୀ, ଓଡିଶାର ଦ୍ୱିତୀୟ ବାର୍ଷିକ ଉତ୍ସବ ପବିତ୍ର ଜନ୍ମାଷ୍ଟମୀ ତିଥିରେ ତା୨୬/୮/୨୦୨୪ରିଖ ସୋମବାର ଦିନ ଜିଲ୍ଲା ସଂସ୍କୃତି ଭବନ ପୁରୀଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଏକାଡେମୀର ମାନନୀୟ ସଭାପତି ଶ୍ରୀଯୁକ୍ତ ଦାଶ ବେନହୁରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟକ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ, ମୁଖ୍ଯ ଅତିଥି, ଡକ୍ଟର ମନୀନ୍ଦ୍ର ମହାନ୍ତି ଏବଂ ଶ୍ରୀଯୁକ୍ତ ବୀରେନ୍ଦ୍ର ସାମନ୍ତରାୟ ସମ୍ମାନୀତ ଅତିଥି ଭାବେ ଯୋଗ ଦାନ କରି କହିଲେ ଯେ ପିଲାଙ୍କ ସାହିତ୍ୟ ଉଭୟ ଆନନ୍ଦ ଓ ଦାୟିତ୍ୱର ସାହିତ୍ୟ। ବଡଙ୍କ ସାହିତ୍ୟ ଅପେକ୍ଷା ପିଲାଙ୍କ ସାହିତ୍ୟ କଷ୍ଟସାଧ୍ଯ ସାହିତ୍ୟ। ଏହା ସ୍ୱଛ ଏବଂ ନିର୍ମଳ । ପାଣି ପରି ସୁନ୍ଦର।
ଉତ୍ସବ ପ୍ରାରମ୍ଭରେ ଶ୍ରୀ ସତ୍ୟନାରାୟଣ ମିଶ୍ର ଅତିଥି ମାନଙ୍କୁ ମଂଚ ଆବାହନ କରିଥିବାବେଳେ ଡକ୍ଟର ହେମନ୍ତ ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏକାଡେମୀର ସାଧାରଣ ସଂପାଦକ ବୀରେନ୍ଦ୍ର ମହାନ୍ତି ସଂପାଦକୀୟ ପାଠ କରି ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ମଂଚ ପରିଚାଳନା କରିଥିଲେ ଗାଳ୍ପିକ ତଥା ଏକାଡେମୀର ସଂସ୍କୃତି ସଂପାଦକ ଶ୍ରୀ ପରେଶ କୁମାର ପଟ୍ଟନାୟକ।
ଏକାଡେମୀର ଉପସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମଲ୍ଲୀକ୍ ଧନ୍ଯବାଦ ପ୍ରଦାନ କରିଥିଲେ। ଉତ୍ସବରେ ଯୁଗ୍ମ ସଂପାଦକ, ସଂଗଠନ ସଂପାଦକ, ଅର୍ଥ ସଂପାଦକ, ଏବଂ ସହସଂପାଦକଙ୍କ ସମେତ ଏକାଡେମୀ କାର୍ଯ୍ୟକାରୀ ପରିଷଦର ସମସ୍ତ ସଦସ୍ଯ ସଦସ୍ୟା ଏବଂ ବିଭିନ୍ନ ଜିଲ୍ଲାରୁ ଶତାଧିକ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜନ୍ମ ଦିନର ଛେନାପୋଡ କଟା ଯାଇଥିଲା ଓ ପରେପରେ ଶିଶୁ ନୃତ୍ୟ ଶିଳ୍ପୀ ଆରଭି ପଟ୍ଟନାୟକଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରା ଯାଇଥିଲା।
ପ୍ରଭାତ ଅଧିବେଶନରେ କବିତାପାଠ ହୋଇଥିଲା ଓ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ଶ୍ରୀ ପ୍ରଭାତ ଚନ୍ଦ୍ର ରଥ। କ୍ରୀଷ୍ଣା ମହାପାତ୍ର, ଆଶାଲତା ପ୍ରଧାନ, ସବିତା ଭୋଇ, ଧୃବ ଚରଣ ଘିବେଲା, ମନୋରମା ପାତ୍ର, ପ୍ରବାସିନୀ ମିଶ୍ର ପ୍ରମୁଖ କବିତା ସଂଯୋଜନା କରିଥିବା ବେଳେ ମିନତି ପଟ୍ଟନାୟକ, କବିତା ମିଶ୍ର, ଚାରୁଲତା ମିଶ୍ର, ଲକ୍ଷ୍ମୀକାନ୍ତ ଦଳେଇ, ରମେଶ ଦାଶ, ମହେନ୍ଦ୍ର ବିଶୋଇ, ଲକ୍ଷ୍ମୀଧର ମାଝି, ହେମନ୍ତ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

ଇ – ପତ୍ରିକା ଉନ୍ମୋଚନ

ଭୁବନେଶ୍ୱରର ଜୟଦେବ ଭବନରେ ଶିଶୁ କିଶୋର ଇ-ପତ୍ରିକା ଉନ୍ମୋଚିତ ହୋଇଥିଲା। ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

ପୂରା ଖବର ପଢ଼ନ୍ତୁ →

ପୁସ୍ତକ ଉନ୍ମୋଚନ ଏବଂ ଆଲୋଚନା ଚକ୍ର

ଭୁବନେଶ୍ୱରର ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ରରେ ପୁସ୍ତକ ଉନ୍ମୋଚନ ଓ ଆଲୋଚନା ଚକ୍ର ହୋଇଥିଲା। ‘ମନଛୁଁଆ କାହାଣି ପେଡି’ ଓ ‘ଶିଶୁ ସାହିତ୍ୟିକ ଚତୁଷ୍ଟୟ’ ଉନ୍ମୋଚିତ ହୋଇଥିଲା।

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

ପୂରା ଖବର ପଢ଼ନ୍ତୁ →

ନୟାଗଡ଼ରେ ଶିଶୁ ସାହିତ୍ଯ ଆଲୋଚନା

ନୟାଗଡ଼ର ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସାହିତ୍ୟ ବିଷୟରେ ବୈଠକ ହୋଇଥିଲା। ଏହି ଅବସରରେ ଶତାଧିକ କବି କବିତା ପାଠ କରିଥିଲେ।

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

ପୂରା ଖବର ପଢ଼ନ୍ତୁ →

ପ୍ରଥମ ବାର୍ଷିକ ଉତ୍ସବ

ଭୁବନେଶ୍ୱରର ଯଯାତି ହୋଟେଲ ସଭାଗୃହରେ ଏକାଡେମୀର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା। ବାର୍ଷିକ ବିବରଣୀ ପାଠ ସହ ଇ-ପତ୍ରିକା ପ୍ରକାଶନର ପ୍ରସ୍ତାବ ରଖାଯାଇଥିଲା।

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

ପୂରା ଖବର ପଢ଼ନ୍ତୁ →

ଡକ୍ଟର ଯୁଗଳ ଷଡଙ୍ଗୀଙ୍କୁ ସମ୍ବର୍ଧନା

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ଡକ୍ଟର ଯୁଗଳ ଷଡଙ୍ଗୀଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ଏହି ଅବସରରେ ଶିଶୁ ସାହିତ୍ୟ ଓ ବିଜ୍ଞାନ ବିଷୟରେ ଆଲୋଚନା ହୋଇଥିଲା।

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

ପୂରା ଖବର ପଢ଼ନ୍ତୁ →

ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ ଙ୍କୁ ସମ୍ବର୍ଧନା

ଏକାଡେମୀର ଦ୍ୱିତୀୟ ବୈଠକରେ ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ସେ ୨୦୨୨ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

ପୂରା ଖବର ପଢ଼ନ୍ତୁ →

ଓଡିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ଗଠନ

ଭୁବନେଶ୍ୱରର ଶୈଳଶ୍ରୀବିହାର ମା ମଙ୍ଗଳା ମନ୍ଦିର ପରିସରରେ ଓଡ଼ିଶା ଶିଶୁ କିଶୋର ସାହିତ୍ୟ ଏକାଡେମୀ ଗଠିତ ହୋଇଥିଲା। ବିଭିନ୍ନ ଜିଲ୍ଲାର ଶିଶୁ ସାହିତ୍ୟ ସ୍ରଷ୍ଟାମାନେ ବୈଠକରେ ଯୋଗ ଦେଇଥିଲେ।

( ସାଧାରଣ ସମ୍ପାଦକ ଶ୍ରୀ ବୀରେନ୍ଦ୍ର ମହାନ୍ତିଙ୍କ ରିପୋର୍ଟ )

ପୂରା ଖବର ପଢ଼ନ୍ତୁ →