Skip to content

କବିତା

ହସ ତାହାର ବାଣ୍ଟିଲା

ହସ ତାହାର ବାଣ୍ଟିଲା

କୁନିପିଲାଙ୍କ ହସର ଧାରେ
ନୂ ଆ ବରଷ ଆସିଲା
ଘାସ ଫୁଲର ଟିକି ଦୋଳିରେ
ହସ ତାହାର ବାଣ୍ଟିଲା। (0)

କୁନିପିଲାଙ୍କ ମିଠା କଥାରେ
ନୂଆ ବରଷ ଆସିଲା
ଶୀତ ସକାଳ ହେମାଳଧାରେ
କାକର ଟିକେ ଛିଞ୍ଚିଲା
ହସ ତାହାର ବାଣ୍ଟିଲା।

କୁନିପିଲାଙ୍କ ନାଚ ଡିଆଁରେ
ନୂଆ ବରଷ ଆସିଲା
ରଙ୍ଗ ବେରଙ୍ଗ ଫୁଲ ମାଳରେ
ବାସନା କେତେ ଭରିଲା
ହସ ତାହାର ବାଣ୍ଟିଲା।


∎

ଖଣ୍ଡଗିରି, ଭୁବନେଶ୍ବର
751030

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୫ , ଦ୍ଵିତୀୟ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion