Skip to content

କବିତା

କୁନିକଢ଼

କୁନିକଢ଼

ଦେବ ଦାନ ପିଲାଦିନ
ହସ ମହୁ ଝର
ନିରୀହ ଚାହାଣି ଟାଣେ
ମନ ସଭିଙ୍କର ।।

କଳ କଳ ଛଳ ଛଳ
ତା ସୁନ୍ଦର ଗତି
ଦେଖିଦେଲେ ପେଟ ପୂରେ
ଖୁସି ହୁଏ ମତି ।।

ପିଲାବେଳ କେତେଖେଳ
କେତେ ମଜା ମସ୍ତି
ଉଚ୍ଚ ନୀଚ୍ଚ ଜାତି ଧନୀ
କେ ଦେଖେନା ବସ୍ତି ।।

ପିଲାଦିନ ସାଙ୍ଗ ସାଥୀ
ଏ ମଧୁର ବେଳ
ବଡ ହେଲେ ନିଜ କାମେ
ନଥିବ କା ବେଳ ।।

ଏ ସୁନ୍ଦର ସମୟଟା
ଭବିଷ୍ୟତ ଗଢେ
ସୁନ୍ଦର ବାସନା ଫୁଲ
ଥାଏ କୁନି କଢେ ।।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଫେବୃଆରୀ:୨୦୨୪ , ପ୍ରଥମ ବର୍ଷ : ଦ୍ଵିତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion